ଆବ୍ଦୋଲ୍-ବାହଙ୍କ ପରିଦର୍ଶନ ପ୍ରାର୍ଥନା (#15624)

*ଏହି ପ୍ରାର୍ଥନା ଆବ୍ଦୋଲ୍-ବାହଙ୍କ ପବିତ୍ର ସମାଧିପୀଠରେ ପାଠ କରାଯାଏ । ଆବ୍ଦୋଲ୍-ବାହ କହିଛନ୍ତି : 

*ଯେଉଁବ୍ୟକ୍ତି ଏହି ପ୍ରାର୍ଥନାକୁ ବିନୟାବନତ ହୋଇ ଏବଂ  ଉାହସହକାରେ ପାଠ କରେ, ସେ ଏହି ସେବକ (ଆବ୍ଦୋଲ୍- ବାହ)ଙ୍କ ମନରେ ଆନନ୍ଦ ଏବଂ ଉଚ୍ଛ୍ୱାସ ଭରିଦିଏ । ଏପରି କି ଏହା  ତାଙ୍କ ସହିତ ପ୍ରତ୍ୟକ୍ଷ ସାକ୍ଷାତ ହେବା ସଦୃଶ ହେବ । 

*(ଏହି ପ୍ରାର୍ଥନା ଆବ୍ଦୋଲ୍-ବାହଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା ।)

ସ୍ୱୟଂ ସେ ହେଉଛନ୍ତି ସର୍ବ-ମହିମାନ୍ୱିତ !

ହେ ଈଶ୍ୱର, ହେ ମୋର ପରମେଶ୍ୱର ! ବିନମ୍ର ଭାବେ ଏବଂ ଅଶ୍ରୁଭରା ଲୋଚନରେ ମୁଁ ମୋର କୃତାଞ୍ଜଳୀପୁଟ ଉୋଳନ କରୁଛି ଏବଂ ତୁମ ପ୍ରବେଶ ଦ୍ୱାରସ୍ଥିତ ଧୂଳିକଣାରେ ମୋର ମୁଖମଳ ବୋଳି ଦେଇଛି, ଯାହାକି ପ୍ରାଜ୍ଞଜନଙ୍କର ଜ୍ଞାନ ତଥା ତୁମକୁ ମହିମାନ୍ୱିତ କରୁଥିବା ସମସ୍ତ ପ୍ରଶଂସାଠାରୁ ଅଧିକ ମହାନ୍ ଅଟେ । ତୁମ     ଦ୍ୱାରଦେଶରେ ନମ୍ର ଓ ଦାୟମାନ ଏହି ସେବକ ପ୍ରତି କରୁଣା ନେତ୍ରରେ କୃପାଦୃଷ୍ଟି ନିକ୍ଷେପ କର ଏବଂ ତାହାକୁ ତୁମର ଚିରନ୍ତନ ଅନୁଗ୍ରହର ମହାସାଗରରେ ନିମଜ୍ଜିତ କର । 

ପ୍ରଭୁ ! ସେ ତୁମର ଜଣେ ଦୀନ ଓ ନମ୍ର ସେବକ । ତୁମ ଦାସ ସ୍ୱରୂପ ରହି ସେ ତୁମକୁ ମିନତି କରୁଛି । ତୁମ ହସ୍ତରେ ବନ୍ଦୀ ହୋଇ ଆକୁଳଭାବରେ ତୁମକୁ ପ୍ରାର୍ଥନା କରୁଛି, ତୁମ ଉପରେ ଭରସା ରଖି ତୁମ ସ୧ୁଖରେ ଲୋତକଭରା ନୟନରେ ତୁମକୁ ଡାକି ଡାକି ଏବଂ ବିନୀତ ଅନୁରୋଧ କରି କହୁଛି : 

ହେ ପ୍ରଭୁ ! ହେ ମୋର ଈଶ୍ୱର । ତୁମ ପ୍ରିୟଜନଙ୍କର ସେବା କରିବା ପାଇଁ ମୋତେ ତୁମର କୃପା ପ୍ରଦାନ କର । ତୁମ ସେବାରେ ମୋତେ ଦୃଢ଼ କର । ତୁମ ପବିତ୍ର ଦରବାର ମଧ୍ୟରେ ଶ୍ରଦ୍ଧା ଏବଂ ତୁମ ଗୌରବର୍ପୂ ରାଜ୍ୟ ପ୍ରତି ପ୍ରଦାନ କରାଯାଉଥିବା ପ୍ରାର୍ଥନାର ଆଲୋକରେ ମୋର କପାଳକୁ ପ୍ରଜ୍ଜ୍ୱଳିତ କର । ତୁମ ତୋରଣର ସ୍ୱର୍ଗୀୟ ଦ୍ୱାରଦେଶରେ ମୋତେ ନିଃସ୍ୱାର୍ଥପର ହେବାକୁ ସାହାଯ୍ୟ କର ଏବଂ ତୁମର ପବିତ୍ର ପରିସର ମଧ୍ୟରେ ସମସ୍ତ ବସ୍ତୁରୁ ନିର୍ଲିପ୍ତ ରହିବା ପାଇଁ ମୋର ସହାୟ ହୁଅ । ପ୍ରଭୁ ! ନିଃସ୍ୱାର୍ଥପରତାର ପାତ୍ରରୁ ମୋତେ ପିଇବାକୁ ଦିଅ; ସେହି ବସ୍ତୁରେ ମୋତେ ଆଚ୍ଛାଦିତ କର ଏବଂ ସେହି     ମହାସାଗରରେ ମୋତେ ନିମଜ୍ଜିତ କର । ହେ ସର୍ବୋଚ୍ଚତମ ମହିମାମୟ ଈଶ୍ୱର ! ତୁମ ପ୍ରିୟଜନମାନଙ୍କର ଚଲାପଥରେ ମୋତେ ଧୂଳିକଣା ସଦୃଶ କର ଏବଂ ତୁମ ପଥରେ ଚାଲୁଥିବା ତୁମର ମନୋନୀତ ବ୍ୟକ୍ତିମାନଙ୍କର ପଦାଙ୍କ ଅନୁସରଣରେ ଉନ୍ନୀତ ହୋଇଥିବା ଜଗତ ପାଇଁ ଯେପରି ମୋର ଆତ୍ମାକୁ ମୁଁ ଉର୍ଗ କରିପାରିବି, ମୋତେ ସେହି ଅନୁମତି ଦିଅ । 

ପ୍ରତୁ୍ୟଷରେ ଏବଂ ନିଶାକାଳରେ ତୁମର ସେବକ ଏହି ପ୍ରାର୍ଥନା କରି ତୁମଙ୍କୁ ଡାକୁଛି । ହେ ପ୍ରଭୁ ! ତାହାର ମନସ୍କାମନା ର୍ପୂ କର, ତାହାର ହୃଦୟକୁ ଉଦ୍ଭାସିତ କର, ତାହାର ଅନ୍ତଃକରଣକୁ ପୁଲକିତ କର, ତାହାର ଆଲୋକକୁ ପ୍ରଜ୍ଜ୍ୱଳିତ କର, ଯେପରିକି ସେ ତୁମର ଧର୍ମ ତଥା ସେବକମାନଙ୍କର ସେବା କରିପାରିବ । 

ତୁମେ ହିଁ ଦାତା, ଦୟାର୍ଦ୍ର, ସବୁଠାରୁ ଉଦାର, କୃପାଳୁ, କରୁଣାମୟ ଓ ସମ୍ବେଦନଶୀଳ ।

-`Abdu'l-Bahá
-----------------------

